ଥରିଲା ଦଶପଲ୍ଲା

ନୟାଗଡ : ନୟାଗଡ ଦଶପଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ୫ ସେକେଣ୍ଡ ଲେଖାଏଁ ଦୁଇଥର ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି । ତେବେ ଏହି ଭୂକମ୍ପ ଝଟକାରେ କୌଣସି କ୍ଷୟକ୍ଷତି ଓ ଧନଜୀବନ କ୍ଷତି ହୋଇନଥିବା ଜଣାପଡିଛି । ତେବେ ଭୂକମ୍ପର ଝଟକା ପରେ ଲୋକେ ଭୟଭୀତ ହେବା ଘରୁ ବାହାରକୁ ଚାଲି ଆସିଥିଲେ । ତେବେ ଏହି ଭୂକମ୍ପ ଝଟକା ତୀବ୍ରତା କେତେ ଥିଲା ତାହା ବି ଏବେ ସୁଦ୍ଧା ଜଣାପଡିନି ।