ଫୁଲବାଣୀ ଜଗନ୍ନାଥ ମାର୍କେଟ କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନର ପୁରାତନ ମାର୍କେଟ ଜଗନ୍ନାଥ ମାର୍କେଟ କମିଟିର ୨୦୧୮ ମସିହାର ଆୟବ୍ୟୟ ହିସାବ ପ୍ରଦାନ କରାଯିବା ସହ ନୁତନ କର୍ମକର୍ତା ଚୟନ କରାଯାଇଛି। ଫୁଲବାଣୀ ମାଷ୍ଟ୍ରପଡା ଠାରେ ଥିବା ପାରିଜାତ କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରାତନ କମିଟି ପକ୍ଷରୁ ୨୦୧୮ ମସିହାଠାରୁ ୨୦୨୨ ପର୍ଯ୍ଯନ୍ତ ୫ ବର୍ଷ ର ଆୟବ୍ୟୟ ହିସାବ ରେ ଏ ଯାବତ୍ ୭,୨୬,୪୦୬ ଟଙ୍କା ର ଆୟ ଓ ସେହି ପରିମାଣ ର ବ୍ୟୟ ହୋଇଥିବା ନେଇ ସଦସ୍ୟ ମାନଙ୍କ ନିକଟରେ ହିସାବ ପ୍ରଦାନ କରାଯାଇଥିଲା।

ପରେ କମିଟିର ବରିଷ୍ଠ ସଦସ୍ୟ କପିଳେଶ୍ଵର ସେନାପତିଙ୍କ ପରିଚାଳନା ରେ କମିଟିର ନୁତନ କର୍ମକର୍ତା ଚୟନ କରାଯାଇଥିଲା ।ଏଥିରେ ନୁତନ ସଭାପତି ଭାବେ ପି. ସୁଧାଂଶୁ ସେନାପତି ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ କ୍ରିଷ୍ଣା ସେନାପତି, ସମ୍ପାଦକ ଭାବେ ଦୀପକ କୁମାର ବେହେରା, କୋଷାଧ୍ୟକ୍ଷ ଭାବେ ସନ୍ତୋଷ ସେନାପତି ନିର୍ବାଚିତ ହୋଇଥିଲେ। ଉପଦେଷ୍ଟା ଭାବେ ବରିଷ୍ଠ ସଦସ୍ୟ କପିଳେଶ୍ଵର ସେନାପତି, ସରୋଜ କୁମାର ପାତ୍ର ଓ ସୁଧିର ମହାପାତ୍ରଙ୍କୁ ମନୋନୀତ କରାଯାଇଛି। ଶେଷରେ ନୁତନ ସମ୍ପାଦକ ଦୀପକ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଂଗଠନ ମାର୍କେଟ ବ୍ୟବସାୟୀ ଙ୍କ ସ୍ୱାର୍ଥ ରକ୍ଷା ଲାଗି ସର୍ବଦା କାର୍ଯ୍ୟ କରିବ ବୋଲି ନବ ନିର୍ବାଚିତ ସଭାପତି ଶ୍ରୀ ସେନାପତି ପ୍ରକାଶ କରିଛନ୍ତି l