କରୋନା ପଜିଟିଭ ଥିଲେ ଜରୁରୀ ଅପରେସନ ହୋଇପାରିବ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ପଜିଟିଭ ଥିଲେ ବି ଜରୁରୀ ଅପରେସନ କରାଯାଇ ପାରିବ । ଅପରେସନ ଆବଶ୍ୟକ ଥିବା ରୋଗୀଙ୍କୁ ମନା କରାଯାଇ ପାରିବ ନାହିଁ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଆହୁରି କହିଛନ୍ତି ଯେ, ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ସପ୍ତାହେ ହେବ କରୋନା ମାମଲା ୨.୦୪ ଲକ୍ଷ ହୋଇଯାଇଛି । ଦେଶରେ ସର୍ବମୋଟ ୧୫ଲକ୍ଷ ୩୩ହଜାର କରୋନା ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୧ଲକ୍ଷ ୭୨ହଜାର ୪୩୩ ନୂଆ ମାମଲା ସାମ୍ନାକୁ ଆସିଛି । କେରଳ ଏକମାତ୍ର ରାଜ୍ୟ ଯେଉଁଠି ସକ୍ରିୟ ମାମଲା ବଢ଼ିଛି ।