IPS ସ୍ତରରେ ଅଦଳବଦଳ

ରାଜ୍ୟରେ ଆଇପିଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ….

ଭୁବନେଶ୍ୱର : ରାଜ୍ୟରେ ଆଇପିଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହା ସହ ବଦଳିଯାଇଛନ୍ତି କଟକ ଓ ଭୁବନେଶ୍ୱର ଡିସିପି । କଟକର ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଭୁବନେଶ୍ୱରର ଡିସିପି ହୋଇଛନ୍ତି ପ୍ରତୀକ ସିଂ ।

ସେହିପରି ମନୋଜ କୁମାର ଛାବ୍ରା ହୋଇଛନ୍ତି ଜେଲ ବିଭାଗର ଡିଜି । ସନ୍ତୋଷ କୁମାର ଉପାଧ୍ୟାୟାଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି ସଞ୍ଜୀବ କୁମାର ପଣ୍ଡା । ଅରୁଣ ବୋଥ୍ରା ହୋଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଏହା ସହ ଆଇଜିପି କମ୍ୟୁନିକେସନ ହୋଇଛନ୍ତି ଏସ.କେ ଗଜଭିୟେ । ଉମାଶଙ୍କର ଦାସ କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର ହୋଇଛନ୍ତି । ଶ୍ରବଣ ବିବେକଙ୍କୁ ବ୍ରହ୍ମପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଅଭିଳାଷ ଜୀ କଳାହାଣ୍ଡି ଏସପି ଭାବେ ନିଯୁକ୍ତ କରାଯାଇଛି । ସିଦ୍ଧାର୍ଥ କାଟତିଆଙ୍କୁ ଖୋର୍ଦ୍ଧା ଏସପି ଓ ଅଲେଖ ପହୀଙ୍କୁ ନୟାଗଡ଼ର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଏମ ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।