ମିନି ଷ୍ଟାଡିୟମ ନିର୍ମାଣ ପାଇଁ ବ୍ଲକ ପଦାଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

Field officials visit the site to build a mini-stadium

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଡମପଡା ପଞ୍ଚାୟତରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ବ୍ଲକ ପଦାଧିକାରୀ ଓ ପୂର୍ବତନ ବିଧାୟକ କ୍ଷେତ୍ର ପରିଦର୍ଶନ କରିଛନ୍ତି । ସ୍ଥାନୀୟ ପ୍ରତିମ କୁମାରୀ ବିଦ୍ୟାମନ୍ଦିରର କ୍ରୀଡା ପ୍ରାଙ୍ଗଣରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ନିର୍ମାଣ ଓ ବିଦ୍ୟାଳୟର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ପରିଦର୍ଶନ ହୋଇଛି ।

ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ୩୮ନଂ ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ମଦନମୋହନ ସାମନ୍ତରାୟ, ଡମପଡା ସରପଞ୍ଚ ପ୍ରତିନିଧି ଭବାନୀଶଙ୍କର ପରିଜା, ଡମପଡା ବ୍ଲକ ବିଡିଓ ଶ୍ୟାମଳ କୁମାର ରାୟ, ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ପ୍ରମୁଖ ଏହି କ୍ଷେତ୍ର ପରିଦର୍ଶନରେ ସାମିଲ ହୋଇଥିଲେ ।