ପୋଲିସ ମୁଖ୍ୟାଳୟରେ ସନ୍ତ୍ରାସବାଦ ନିରୋଧ ଶପଥପାଠ

Anti-terrorism oath at police headquarters

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସନ୍ତ୍ରାସବାଦ ନିରୋଧ ଦିବସ ଉପଲକ୍ଷେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ସନ୍ତ୍ରାସବାଦ ନିରୋଧ ଶପଥ ପାଠ କରାଯାଇଛି । ଏହି ଉପଲକ୍ଷେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅଧିକାରୀ/କର୍ମଚାରୀମାନେ ଦେଶର ଅହିଂସା ଓ ସହନଶୀଳତା ପରମ୍ପରା ଉପରେ ଦୃଢ ବିଶ୍ୱାସ ରଖି ସମସ୍ତ ଶକ୍ତି ସହିତ ଆତଙ୍କବାଦ ଓ ହିଂସାର ବିରୋଧ କରିବା ସହ ମାନବଜୀବନ ଓ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ସହ ସଂଗ୍ରାମ କରିବାକୁ ଶପଥ ନେଇଥିଲେ ।

ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଉପସ୍ଥିତ ରହି ସମସ୍ତ କର୍ମଚାରୀ/ଅଧିକାରୀଙ୍କୁ ଶପଥ ପାଠ କରାଇଥିଲେ ।