ଠକେଇ ଅଭିଯୋଗରେ ଦୁଇ ଗିରଫ

latest breaking news Two arrested on fraud charges

ଭୁବନେଶ୍ୱର : ମେଡିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ଅଭିଯୁକ୍ତ ମାନେ ହେଲେ ଅଭିମନ୍ୟୁ କୁମାର ସିଂ ଓ ସୁଗତ ଚୌଧୁରୀ । ୩୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି ।
ସେହିପରି ସେମାନଙ୍କ ଠାରୁ ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜବତ କରିଛି ପୋଲିସ । ଜଣଙ୍କୁ କଲିକତା ଓ ଅନ୍ୟ ଜଣଙ୍କୁ ପାଟଣା ରେଳ ଷ୍ଟେସନରୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ ।