ରାସ୍ତାକଡରେ କଟା ଗୋଡ

top news Legs cut off on the side of the road

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ୫୩ ନମ୍ବର ଜାତୀୟ ରାଜପଥ ପାଖ ଜଙ୍ଗଲ ରାସ୍ତାକଡରୁ ଜଣେ ବ୍ୟକ୍ତିଙ୍କ କଟା ଗୋଡ଼ ଉଦ୍ଧାର କରାଯାଇଛି । ତେବେ ଏହି କଟା ଗୋଡ଼ଟି କାହାର ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏନେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷରେ ଏହି କଟା ଗୋଡ଼ କେଉଁଠୁ ଆସିଲା ଓ ଏହାକୁ କିଏ ଏହି ସ୍ଥାନରେ ପକାଇଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।