ନବମ ପରୀକ୍ଷା ଦେଲେନି ୧୫ ହଜାର ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷା ଭଳି ନବମ ପରୀକ୍ଷା ବି ଦେଲେନି ହଜାର…

ମାଟ୍ରିକ ପରୀକ୍ଷା ଭଳି ନବମ ପରୀକ୍ଷା ବି ଦେଲେନି ହଜାର ହଜାର ପିଲା । ଏବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଇନାହାନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ ସାମ୍ନାକୁ ଆସିଛି ଏହି ଚିନ୍ତାଜନକ ତଥ୍ୟ ।

ଏବର୍ଷ ମୋଟ ୫,୬୬,୨୬୯ ଛାତ୍ରଛାତ୍ରୀ ନବମ ପରୀକ୍ଷା ଦେଇଥାନ୍ତେ । କିନ୍ତୁ ମୋଟ ୫,୫୧,୩୩୪ ଜଣ ପିଲା ପରୀକ୍ଷା ଦେଇଥିଲେ । ଆଜି ପ୍ରକାଶିତ ରେଜଲ୍ଟରେ ୯୦୩୯ ପିଲାଙ୍କୁ ଏୱାନ୍ ଗ୍ରେଡ୍ ମିଳିଛି । ପରୀକ୍ଷା ଦେଇଥିବା ସମସ୍ତ ପିଲା ଦଶମକୁ ଉନ୍ନୀତ ହେବେ ବୋଲି ବୋର୍ଡ କହିଛି ।