ପିକଅପ ଭ୍ୟାନ ଓଲଟି ୨ ଜଣ ପ୍ରାଣ ହରେଇବା ସହ ୯ ଜଣ ଗୁରୁତର ଆହତ

ଧର୍ମଗଡରେ ଘଟିଯାଇଛି ଏକ ବଡ ଧରଣର ଅଘଟଣ

ଧର୍ମଗଡ: ଧର୍ମଗଡରେ ଘଟିଯାଇଛି ଏକ ବଡ ଧରଣର ଅଘଟଣ । ପିକଅପ ଭ୍ୟାନ ଓଲଟି ୨ ଜଣ ପ୍ରାଣ ହରାଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ରାସନ ଚାଉଳ ନେଇ ଫେରିବା ସମୟରେ ସିଙ୍ଗାରୀ ଘାଟିରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ଥୁ.ରାମପୁର ବ୍ଲକ ସିନ୍ଧିପଦର ଗାଁରୁ ବାର୍ଷିକୋନାକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି ଏକ ପିକଅପ ଭ୍ୟାନ । ଏହି ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ହୋଇଥିବା ସମସ୍ତଙ୍କ ସ୍ଥାନୀୟ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅଧିକ ରିପୋର୍ଟ ମିଳିପାରିନାହିଁ ।