ରିଲିଜ ହେଲା ‘ଦ ଆର୍ଚ୍ଚିଜ’ର ଫାଷ୍ଟ ଲୁକ

ମୁମ୍ବାଇ : ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ଆର୍ଚ୍ଚିଜ’ର ଫାଷ୍ଟ ଲୁକ ରିଲିଜ ହୋଇଛି । ଏହି ଫିଲ୍ମରେ ଅମିତାଭଙ୍କ ନାତି ଅଗସ୍ତ୍ୟ ନନ୍ଦା, ଶାହାରୁଖ୍‌ଙ୍କ ଝିଅ ସୁହାନା ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସୀ କପୁର ଏଥିରେ ଡେବ୍ୟୁ କରିଛନ୍ତି । ଫିଲ୍ମ ‘ଦ ଆର୍ଚ୍ଚିଜ’ରେ ସମସ୍ତ ଷ୍ଟାରକାଷ୍ଟଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି ।

ତେବେ ଏହି ଭିଡିଓରେ ଅଗସ୍ତ୍ୟ ନନ୍ଦା, ସୁହାନା ଖାନ, ଖୁସୀ କପୁରଙ୍କ ସହ ଅନ୍ୟ ୟଙ୍ଗଷ୍ଟାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଅପରପକ୍ଷରେ ଫିଲ୍ମ ‘ଦ ଆର୍ଚ୍ଚିଜ’ ପାଇଁ ଅମିତାଭ ସୋସିଆଲ ମିଡିଆରେ ଫଟୋ ସେୟାର କରି ନାତିଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମ ‘ଦ ଆର୍ଚ୍ଚିଜ’ ଆସନ୍ତା ୨୦୨୩ରେ ରିଲିଜ ହେବ ବୋଲି ଜଣାପଡିଛି ।