ପଞ୍ଚମ ପର୍ଯ୍ୟାୟ ଭୋଟ୍: ବୁଥ୍ ମୁହାଁ ପୋଲିଂ ପାର୍ଟି

୧୩୧ ଜିଲ୍ଲା ପରିଷଦ ଜୋନରେ ହେବ ମତଦାନ

ଭୁବନେଶ୍ୱର: ଗୁରୁବାର ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌ । ପ୍ରଚାର ବନ୍ଦ। ପଞ୍ଚମ ପର୍ଯ୍ୟାୟରେ ୪୮ ବ୍ଲକର ୧୩୧ ଟି ଜିଲ୍ଲା ପରିଷଦ ଜୋନ୍‌ ଲାଗି ଭୋଟ ନିଆଯିବ । ୯୭୫ ଗ୍ରାମପଞ୍ଚାୟତ, ୧୩ ହଜାର ୫୧୪ ଓ୍ଵାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ପଞ୍ଚମ ପର୍ଯ୍ୟାୟରେ ୪୧ ଲକ୍ଷ ୮୮ ହଜାର ୩୮୨ ଭୋଟର ନିଜ ମତ ସାବ୍ୟସ୍ତ କରିବେ। ସେଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଓ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।