ଗ୍ଲାମନ ମିସେସ ଇଣ୍ଡିଆ ପ୍ରତିଯୋଗିତା: ତେଜସ୍ମିତା ମହାପାତ୍ର ଦ୍ୱିତୀୟ ରନର୍ସ ଅପ୍

ଗୋଆ: ପାଞ୍ଚ ଦିନ ଧରି ହୋଇଥିବା ଗ୍ଲାମନ ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ଜଲୱା ଦେଖାଇଛନ୍ତି ଓଡ଼ିଆ ଝିଅ। ଏହି ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି ତେଜସ୍ମିତା ମହାପାତ୍ର। ପାଞ୍ଚ ଦିନ ଧରି ହୋଇଥିବା ଏହି ପ୍ରତିଯୋଗିତାରେ ନିଜର ଜଲୱା ଦେଖାଇଛନ୍ତି ଓଡ଼ିଆ ଝିଅ।

ଭାରତ ବର୍ଷରୁ ମୋଟ ୬୦ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ସେକେଣ୍ଡ ରନର୍ସ ଅପ୍ ହୋଇଛନ୍ତି ତେଜସ୍ମିତା।
ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଛୁଆ ବେଳୁ ତେଜସ୍ମିତାଙ୍କର ମଡେଲିଂ ପ୍ରତି ରହିଥିଲା ପ୍ରବଳ ଦୁର୍ବଳତା। ସେ କହିଛନ୍ତି, ସମସ୍ତେ ସ୍ବପ୍ନ ଦେଖିବା ଦରକାର ଓ ଏହାକୁ ସାକାର କରିବା ପାଇଁ ପ୍ରୟାସ ମଧ୍ୟ ଜାରି ରଖିବା ଆବଶ୍ୟକତା ରହିଛି।