୫ଟି ଋଷୀୟ ବ୍ୟାଙ୍କ ଉପରେ ରୋକ ଲଗାଇବ ବ୍ରିଟେନ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୟାବହ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏକ ବଡ଼ ଘୋଷଣା କରିଛନ୍ତି । ବୋରିସ ବ୍ରିଟେନରେ ଥିବା ୫ଟି ଋଷୀୟ ବ୍ୟାଙ୍କ ଉପରେ ରୋକ ଲଗାଇବେ।
ଅନ୍ୟପଟେ ବ୍ରିଟେନ ସମେତ ଆମେରିକା ଓ ୟୁରୋପୀୟ ସଂଘ ଋଷ ବିରୋଧରେ ଶକ୍ତ ପ୍ରତିବନ୍ଧ ଲଗାଇବେ ବୋଲି କହିଛନ୍ତି । ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ପୂର୍ବ ୟୁକ୍ରେନରେ ଋଷ ସମର୍ଥିତ ୨ଟି କ୍ଷେତ୍ର ‘ଡୋନେଟ୍ରସ୍କ’ ଓ ‘ଲୁହାନସ୍କ ପିପୁଲ୍ସ ରିପବ୍ଲିକ’କୁ ଏକ ସ୍ୱତନ୍ତ୍ର ଦେଶର ମାନ୍ୟତା ପ୍ରଦାନ କରିଛନ୍ତି । ପୁତିନଙ୍କ ଏହି ପଦକ୍ଷେପ ଋଷ ଓ ୟୁକ୍ରେନ ମଧ୍ୟରେ ଥିବା ସମସ୍ୟାକୁ ଚରମ ସୀମାରେ ପହଞ୍ଚାଇଛି ।