ପୋଲିସ ଚାକିରୀ କରେଇଦେବା ନା ରେ ଠକେଇ : ଜଣେ ଗିରଫ

ପାଞ୍ଚ ଲକ୍ଷ ଦେଲେ କନଷ୍ଟେବଲ ଓ ୧୦ ଲକ୍ଷ ଟଙ୍କା ଦେଲେ ମିଳୁଥିଲା ସବ୍‌ଇନ୍ସପେକ୍ଟର ଚାକିରି। ଏପରି ଲୋଭନୀୟ ଅଫର ଦେଇ ଠକୁଥିବା ମହାଠକ ଦେବବ୍ରତ ପଲେଇକୁ ଆଜି କମିଶନରେଟ୍‌ ପୁଲିସ୍‌ ଗିରଫ କରିଛି। ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସପ୍ତଶତୀ ବିହାରରୁ ମହାଠକକୁ ଗିରଫ କରିଛି ପୁଲିସ୍‌। ଏଥିସହ ଠକେଇ ଅର୍ଥରେ କିଣିଥିବା ଦାମୀ କାର ଓ ଗୋଟିଏ ବାଇକ୍‌ ଜବତ କରିଛି ପୁଲିସ୍‌। ଏନେଇ ସୂଚନା ଦେଇଛନ୍ତି ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ