ଉତ୍ତର ପ୍ରଦେଶରେ ପୁଣି ଏନକାଉଣ୍ଟର

ଉତ୍ତର ପ୍ରଦେଶ: ଗ୍ୟାଙ୍ଗଷ୍ଟର ଅନୀଲ ଦୁଜାନା ଉତ୍ତର ପ୍ରଦେଶ ଏସଟିଏଫର ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । କିଛିଦିନ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଟପ୍ ୬୫ ଜଣ ମାଫିଆଙ୍କ ନାମ ଜାରି କରିଥିଲା । ଏଥିରେ ଗ୍ରେଟର ନୋଏଡାର ଅନୀଲ ଦୁଜାନାଙ୍କ ନାମ ମଧ୍ୟ ଥିଲା । କୁଖ୍ୟାତ ଅପରାଧୀ ଅନୀଲ ଦୁଜାନା ଅନେକ ଦିନ ହେବ ତିହାଡ ଜେଲରେ ବନ୍ଦୀଥିଲା । ହେଲେ କିଛିଦିନ ଆଗରୁ ସେ ଜାମିନରେ ବାହାରିଥିଲା ।