ଆଜିଠାରୁ ୫୦% କର୍ମଚାରୀରେ ଚାଲିବ ସମସ୍ତ ଅଫିସ୍

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ମାମଲା ବଢ଼ିଚାଲିଥିବା ବେଳେ ଜାରି ହୋଇଥିବା ଜାନୁଆରୀ ମାସର ଗାଇଡଲାଇନ୍ ଆଜିଠାରୁ ଲାଗୁ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଆଜି ଠାରୁ ୫୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିବ । ତେବେ ଅନୁସୂଚିତ ପାହ୍ୟାରୁ ତଦୁର୍ଦ୍ଧ ପାହ୍ୟାର ଅଫିସର୍ ମାନେ ଦୈନିକ ଅଫିସ୍ ଆସିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।

ସବୁ ବିଭାଗର ମୁଖ୍ୟ ଦପ୍ତରର କର୍ତ୍ତୃପକ୍ଷ ଦୈନିକ କେଉଁ କର୍ମଚାରୀ ଅଫିସ୍ କୁ ଆସିବେ ତାହା ସ୍ଥିର କରିବେ । ସେହିପରି ଓଡ଼ିଶା ଲୋକସେବା ଆୟୋଗ, ଷ୍ଟାଫ୍ ସିଲେକ୍ସନ୍ ଆୟୋଗର ଅଫିସ୍ ସବୁଦିନ ୭୫ ପ୍ରତିଶତ କର୍ମଚାରୀରେ କାମ କରିବ । ତେବେ ଜରୁରୀ ସେବା ପ୍ରଦାନ କରୁଥିବା ଅଫିସରେ ଏହି ନିର୍ଦ୍ଦେଶନାମା ଲାଗୁ ହେବ ନାହିଁ । ସୂଚନା ଯୋଗ୍ୟ, କୋଭିଡ୍ ର ତୃତୀୟ ଲହର ଆରମ୍ଭ ହୋଇଯାଇଛି । ତେଣୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି ।