ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଅଭୟାରଣ୍ୟ ବନ୍ଦ

ରାଜନଗର: ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ଭିତରକନିକା ଅଭୟାରଣ୍ୟକୁ ବନ୍ଦ କରାଯାଇଛି । କୁମ୍ଭୀର ପ୍ରଜନନକୁ ଆଖି ଆଗରେ ରଖି ଏହି ଜାତୀୟ ଉଦ୍ୟାନକୁ ୩ ମାସ ପାଇଁ ବନ୍ଦ ହୋଇଛି । ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କୁମ୍ଭୀରମାନଙ୍କ ବଂଶବୃଦ୍ଧି ଏବଂ ପ୍ରଜନନ ପାଇଁ ଅଭୟାରଣ୍ୟ ଭିତରକୁ କୌଣସି ପର୍ଯ୍ୟଟକଙ୍କୁ ଅନୁମତି ମିଳିପାରିବ ନାହିଁ । ତେବେ ଆସନ୍ତା ଅଗଷ୍ଟ ୧ ତାରିଖରେ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।