ସମ୍ବଲପୁର ଆଇଆଇଏମ ଓ ମହିଳା କଲେଜ ଆନୁକୂଲ୍ୟରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଜି-୨୦ ଏବଂ ଭାରତର ଅଧ୍ୟକ୍ଷତାର ବିଭିନ୍ନ ଦିଗ….

ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ । ଏଥିପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଆଇଆଇଏମ ସମ୍ବଲପୁର ଏବଂ ସମ୍ବଲପୁର ମହିଳା କଲେଜର ମିଳିତ ଆନୁକୂଲ୍ୟରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା କଲେଜ ପରିସରରେ ଆୟୋଜିତ ସଭାକୁ ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳ ଉଦଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ଆଇଆଇଏମ ସମ୍ବଲପୁରର ଅଧ୍ୟାପକଗଣ,  ପ୍ରଫେସର ଆର.କେ ପାଢ଼ୀ, ପ୍ରଫେସର ଅରୁଣ ମିଶ୍ର ଏବଂ ଡକ୍ଟର ସୁଜିତ କୁମାର ପୃଷେଠ୍‌ ଉଦବୋଧନ ଦେଇଥିଲେ । ଜି-୨୦ ଏବଂ ଭାରତର ଅଧ୍ୟକ୍ଷତାର ବିଭିନ୍ନ ଦିଗ, ଭବିଷ୍ୟତର କାର୍ଯ୍ୟ, ଷ୍ଟାର୍ଟଅପ୍‌ ଯୋଜନା ଆଦି ବିଷୟବସ୍ତୁ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା ।

ପରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମହିଳା କଲେଜ ଛାତ୍ରୀମାନେ ଆଗ୍ରହର ସହିତ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ୧ହଜାରରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ସମ୍ବଲପୁର ମହିଳା କଲେଜ ପକ୍ଷରୁ ସପ୍ତାହବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।