ଜି-20 ଜନଭାଗିଦାରୀ କାର୍ଯ୍ୟକ୍ରମ

ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଶିକ୍ଷା ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ଵାରା ଅଗ୍ରଣୀ ପ୍ରତିଷ୍ଠାନ ଭାବରେ ଜି-20 ଜନଭାଗିଦାରୀ କାର୍ଯ୍ୟକ୍ରମ ସଂଚାଳନ ପାଇଁ ଚିହ୍ନିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଦ୍ଵାରା ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉଦ୍ଘାଟନ କରି ପ୍ରତିଷ୍ଠାନର ଅଧ୍ୟକ୍ଷ, ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ୍, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ଛାତ୍ର-ଛାତ୍ରୀ ଓ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ ଓ ରକ୍ତଦାନର ମହତ୍ତ୍ୱ ଦର୍ଶାଇଥିଲେ। ଡ. କଳିଙ୍ଗ କେତକୀ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ, ଡ. ରଶ୍ମିରେଖା ସେଠୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଏହାକୁ ସଂଚାଳନ କରିଥିଲେ।ଏହି ରକ୍ତଦାନ ଶିବୀରରେ ପଞ୍ଚସ୍ତରୀ ଜଣ ରକ୍ତଦାତା, ରକ୍ତ ଦାନ କରିଥିଲେଏଏେ । ପ୍ରତିଷ୍ଠାନର ଡିନ୍, ପ୍ରଫେସର ସନ୍ଧ୍ୟାରାଣୀ ସାହୁ, ଜି-20 ନୋଡାଲ୍ ଅଧିକାରୀ, ପ୍ରଫେସର ଲକ୍ଷ୍ମୀଧର ବେହେରା, ଅଧ୍ୟାପିକା ଡ. ଅଭିପ୍ସା ବଳ, ଶିକ୍ଷକ ଶ୍ରୀ ବୃନ୍ଦାବନ ଭୋଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।