ଗଞ୍ଜାମରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁର: କରୋନା ମାମାଲା ଧୀରେ ଧୀରେ ବୃଦ୍ଧି ପାଇ ଚାଲିଛି। ଗଞ୍ଜାମ ଜିଲ୍ଲାରେ ପାଦ ଥାପିଛି କରୋନା। କରୋନାରେ ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ହେଉଛି ଗଞ୍ଜାମ। ଏବେ ଏହି ଜିଲ୍ଳାରୁ ଅନ୍ୟ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ବ୍ୟକ୍ତି ଜଣଙ୍କ ବ୍ରହ୍ମପୁରର ହୋଇଥିବା ବେଳେ ସେ ଛତ୍ରପୁରରେ ସରକାରୀ କର୍ମଚାରୀ ଭାବେ ଚାକିରି କରନ୍ତି।

ତାଙ୍କ ଶରୀରରେ ଲକ୍ଷଣ ଦେଖା ଦେବାରୁ ସେ ପରୀକ୍ଷା କରାଇଥିଲେ। ପରୀକ୍ଷା କରିବାରୁ ‌ସେ କୋଭିଡ୍‌ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ଅନ୍ୟପକ୍ଷରେ ଜିଲ୍ଲାରେ କରୋନା କଟକଣା ଢ଼ିଲା ହୋଇଛି। ଜିଲ୍ଲାରେ ଦଣ୍ଡଯାତ୍ରା ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଛି। ଯାହାକି ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷରେ କରୋନାର ଏହି ନୂତନ ଭାରିଆଣ୍ଟ ଏତେଟା ବିପଦଜନକ ନୁହେଁ ବୋଲି ଡାକ୍ତରମାନେ କହିଛନ୍ତି। ତେବେ ଜରୁରୀକାଳୀନ ପରିସ୍ଥିତି ପାଇଁ ଜିଲ୍ଲାର ସମସ୍ତ ସରକାରୀ ମେଡିକାଲରେ ଅକ୍ସିଜେନ ଯୋଗାଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।