Dasakathia : ଦାସକାଠିଆ ସମାରୋହ ପ୍ରସ୍ତୁତି ବୈଠକ

Dasakathia ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ସଂଘର ଅଷ୍ଟମ ବାର୍ଷିକୋତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ଦାସକାଠିଆ ସମାରୋହ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧିନି ସମାଜମ୍ ସଭାକକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।

ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ବରିଷ୍ଠ କଳାକାର ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ସହ ସମ୍ପାଦକ ବଳଦେବ ସାହୁ, କୋଷାଧ୍ୟକ୍ଷ ଅଭିରାମ ରାଉଳ ପ୍ରମୁଖ ମଂଚାସୀନ ଥିଲେ।

ଏହି ଅବସରରେ ଆଗାମୀ ଜୁଲାଇ ତିନି ତାରିଖରେ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ବାର୍ଷିକୋତ୍ସବ ଓ ଦାସକାଠିଆ ସମାରୋହ ସହ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରା ନିମନ୍ତେ ସ୍ଥିର କରାଗଲା। ଆଲୋଚନାରେ ସର୍ବଶ୍ରୀ ପ୍ରଫୁଲ୍ଲ ବେହେରା, ହରିଶ୍ଚନ୍ଦ୍ର ବରଡ଼, ମୃତ୍ୟୁଞ୍ଜୟ ତ୍ରିପାଠୀ, ଦେବେନ୍ଦ୍ର ପ୍ରସାଦ ଶର୍ମା, ସୁଦାମ ଚରଣ ପଟ୍ଟନାୟକ, ବାବୁ ନାୟକ, ସୁବାସ ଚନ୍ଦ୍ର ସାହୁ ମାମା, ଟି. ତାରିଣୀ ରାଓ, ଚନ୍ଦ୍ରଭାନୁ ନାୟକ, ସୁରେନ୍ଦ୍ର ପ୍ରଧାନ, ନବକିଶୋର ମହାପାତ୍ର, ଏସ. ପି. ଶେଖରସ୍ୱାମୀ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଦୀପ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, ଚିତ୍ତ ରଞ୍ଜନ ଦଳାଇ, ବନ୍ଦନା ମହାପାତ୍ର, ଛବିରାଣୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରାରମ୍ଭରେ ସ୍ୱାଗତ ଓ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।