ଗଂଜାମ ଖଲ୍ଲିକୋଟରେ ବାଣ ତିଆରି ବେଳେ ବିସ୍ଫୋରଣ

ଖଲ୍ଲିକୋଟ: ଖଲ୍ଲିକୋଟରେ ବାଣ ତିଆରି ବେଳେ ବିସ୍ଫୋରଣ ହୋଇଛି । ଖଲ୍ଲିକୋଟ ସହରର କରଣସାହିରେ ବିସ୍ଫୋରଣ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଯୁବକ ଜଣକ ନିଜ ଘରର ଛାତ ଉପରେ ବାଣ ତିଆରି କରୁଥିଲେ । ବାଣ ତିଆରି କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଯୁବକ ଜଣକ ଗୁରୁତର ହୋଇଥିବାରୁ ତାଙ୍କୁ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଯୁବକ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।