ନୂଆବର୍ଷରୁ ଭୁବନେଶ୍ୱର-ଗୌହ୍ୱାଟୀ ବିମାନ ସେବା

ଭୁବନେଶ୍ୱର: ଆସନ୍ତା  ୨୦୨୩ ନୂଆବର୍ଷରୁ ଭୁବନେଶ୍ୱର ଓ ଗୌହାଟୀ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବ । ଏନେଇ ଏୟାରଲାଇନ୍ସ ଦ୍ୱାରା ନିଜସ୍ୱ ୱେବସାଇଟରେ ସୂଚନା ଦିଆଯାଇଛି । ୨୦୨୦ ମାର୍ଚ୍ଚ ମାସରେ କୋଭିଡ୍ ମହାମାରୀଜନିତ ଲକଡାଉନ୍ ଯୋଗୁ ଭୁବନେଶ୍ୱର-ଗୌହ୍ୱାଟୀ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା ।

୨୦୨୩ ଜାନୁୟାରୀ ୧ ତାରିଖରୁ ଭୁବନେଶ୍ୱର ଓ ଗୌହ୍ୱାଟୀ ସହର ମଧ୍ୟରେ ପ୍ରତ୍ୟେକ ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଚଳାଚଳ କରିବ । ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇଣ୍ଡିେଗୋ ୬ଇ ୬୯୭୧ ବିମାନ ଅପରାହ୍ନ ୨ଟା ୪୫ମିନିଟରେ ବାହାରି ଗୌହ୍ୱାଟୀରେ ଅପରାହ୍ନ ୪ଟା ୨୦ମିନିଟରେ ପହଂଚିବ । ସେହିପରି ଇଣ୍ଡିଗୋ ୬୫୭୪ ବିମାନ ଅପରାହ୍ନ ୪ଟା ୫୦ମିନିଟରେ ଗୌହ୍ୱାଟୀରୁ ବାହାରି ଭୁବନେଶ୍ୱରରେ ସନ୍ଧ୍ୟା ୬ଟା ୪୫ମିନିଟରେ ପହଂଚିବ ।