ଲୋକନାୟକ ଜୟପ୍ରକାଶ ନାରାୟଣ ଙ୍କ ୧୨୨ତମ ଜନ୍ମ ଜୟନ୍ତୀ ହିନ୍ଦ ମଜଦୁର ସଭା ପକ୍ଷରୁ ପାଳିତ

ବ୍ରହ୍ମପୁର: ଆସ୍କା ରୋଡ ତାଲୁକା ଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସମାଜବାଦୀ ତଥା ଶ୍ରମିକ ନେତା ଲୋକନାୟକ ଜୟପ୍ରକାଶ ନାରାୟଣ ଙ୍କ ୧୨୨ତମ ଜନ୍ମ ଜୟନ୍ତୀ ହିନ୍ଦ ମଜଦୁର ସଭା ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ଉପସଭାପତି ତଥା ପୂର୍ବତନ ସରପଞ୍ଚ ନରସିଂହ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ତ୍ରିପାଠୀ ଲୋକନାୟକ ଜୟପ୍ରକାଶ ନାରାୟଣ ଙ୍କ ଜୀବନ ସମ୍ପର୍କରେ ଉଲ୍ଲେଖ କରିବା ସହ ତାଙ୍କ ସମୟରେ ସାରା ଭାରତରେ ସୃଷ୍ଟି ହୋଇଥିବା ନାରା ଗାନ୍ଧୀ- ଲୋହିୟା-ଜୟପ୍ରକାଶ ନୂଆ ଯୁଗର-କର-ତଲାସ ଚହଳ ପକାଇଥିଲା । ସେ ସମାଜବାଦ ରେ ବିଶ୍ୱାସ କରୁଥିବାରୁ ସୋସିଏଲିଷ୍ଟ ପାର୍ଟି ନାମରେ ରାଜନୈତିକ ଦଳ ପ୍ରତିଷ୍ଠା କରିବା ସହ ଶ୍ରମିକ ସଙ୍ଗଠନ ହିନ୍ଦ ମଜଦୁର ସଭା ଗଠନ କରି ସମସ୍ତ ଶ୍ରମିକ ଶ୍ରେଣୀର ହିତପାଇଁ କାର୍ଯ୍ୟ କରୁଥିଲେ ବୋଲି ଉଲ୍ଲେଖ କରିଥିଲେ ।

କାର୍ଯ୍ୟକ୍ରମ ରେ ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ଜେନା, ଶ୍ରମିକ ନେତା ରାଜେନ୍ଦ୍ର ଦାସ, କୋମଳ ପାତ୍ର, ଏମ୍ କସିନାଥ, ସୁଶାନ୍ତ କର, ଶଙ୍କର ଗୌଡ଼, ପ୍ରଫୁଲ୍ଲ ଜେନା, ଯୁଧିଷ୍ଠିର ସାହୁ, ଅଜିତ ହୋତା, ସନ୍ତୋଷ ସାହୁ ପ୍ରମୁଖ ଲୋକନାୟକ ଜୟପ୍ରକାଶ ନାରାୟଣ ଙ୍କ ଉଦ୍ଦେଶ୍ୟ ରେ ସ୍ମୃତିଚାରଣ କରିଥିଲେ।