ବାହାର ରାଜ୍ୟରୁ ଆସି ଖଣି ଅଞ୍ଚଳରେ ରହି ଗୁଣ୍ଡା ରାଜ

ଆକ୍ରମଣ ସମୟରେ ଶ୍ରୀ ସାହୁ ଚିତ୍କାର କରିବାରୁ ତାଙ୍କର ସ୍ତ୍ରୀ ଦୌଡି ଆସି ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ

ବାହାର ରାଜ୍ୟରୁ ଆସି ଖଣି ଅଞ୍ଚଳରେ ରହି ଗୁଣ୍ଡା ରାଜ କରୁଛନ୍ତି ସୋମବାର ରାତି ପ୍ରାୟ ଦେଢଟା ସମୟରେ ଶିବ ଚରଣ ସାହୁ ନାମକ ଜଣେ ବ୍ୟବସାୟୀ ତାଙ୍କ ଘର ବାହାରେ ଶୋଇଥିବା ବେଳେ ୪ଜଣ ଦୁର୍ବୁତ୍ତ ମୁହଁରେ ମୁଖା ପିନ୍ଧି ତାଙ୍କୁ ଅତର୍କିତ ଭାବେ ସଂଘବଦ୍ଧ ଠେଙ୍ଗାରେ ପିଟି ହତ୍ୟା ଉଦମ କରିଥିଲେ, ଯାହା ଏବେ ଖଣି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆକ୍ରମଣ ଏତେ ତୀବ୍ର ଥିଲା ଯେ, ଶୋଇଥିବା ଅବସ୍ଥାରେ ୪ଜଣ ଦୁର୍ବୁ ତ୍ତଏକକାଳୀନ ତାଙ୍କୁ ଠେଙ୍ଗାରେ ନିର୍ମମ ଭାବେ ପିଟି ଚାଲିଥିଲେ। ଆକ୍ରମଣ ସମୟରେ ଶ୍ରୀ ସାହୁ ଚିତ୍କାର କରିବାରୁ ତାଙ୍କର ସ୍ତ୍ରୀ ଦୌଡି ଆସି ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ଦୁର୍ବୁତ୍ତ ୪ଜଣଙ୍କୁ ସ୍ୱାମୀ-ସ୍ତ୍ରୀ ମିଶି ପ୍ରତିରୋଧ କରିବା ସମୟରେ ଠେଙ୍ଗା ମାଡରେ ଉଭୟଙ୍କର ହାତ ଭାଙ୍ଗି ଯାଇଛି। ଶିବ ଚରଣ ସାହୁଙ୍କର ଡାହାଣ ହାତଟି ଦୁଇ ଖଣ୍ଡ ହୋଇଯାଇଥିବା ବେଳେ ବାମ ପଟ ଆଖିର ମାଂସ ବାହାରକୁ ବାହାରିଆସିଥିଲା। ସେହିପରି ସ୍ତ୍ରୀ ସୁନୀତାଙ୍କର ମଧ୍ୟ ଗୋଟିଏ ହାତ ଭାଙ୍ଗି ଯାଇଥିବା ଜଣାପଡିଛି। ଫଳରେ ତୁରନ୍ତ ତାଙ୍କୁ କେନ୍ଦୁଝର ସ୍ଥିତ ସଦର ଡାକ୍ତରଖାନାକୁ ନିଆଯାଇ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା।

ସୂଚନାରୁ ପ୍ରକାଶ ଯେ, ବାମେବାରୀ ଥାନା ଅନ୍ତର୍ଗତ କାଳିମାଟି ଛକରେ ଶିବ ଚରଣଙ୍କର ଏକ ମୋଟରପାର୍ଟସ ଦୋକାନ ରହିଛି। ଦୋକାନ ସହିତ ଘରଟି ସଂଲଗ୍ନ ଥିବା ବେଳେ ପ୍ରବଳ ଗରମ ଯୋଗୁଁ ଶିବ ଚରଣ ବାହାରେ ଖଟ ପକାଇ ଶୋଇଥିଲେ ଏହି ସମୟରେ ତାଙ୍କ ଉପରେ ହତ୍ୟା ଉଦ୍ୟମ କରାଯାଇଥିଲା। ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ଚିତ୍କାରରେ ଆଖପାଖ ଅଞ୍ଚଳର ଲୋକେ ଉଠିପଡିବାରୁ ଦୁର୍ବୁତ୍ତମାନେ ଅନ୍ଧକାରର ସୁଯୋଗରେ ସେଠାରୁ ଚମ୍ପଟ ମାରିଥିଲେ। ଫଳରେ ବ୍ୟବସାୟୀ ଜଣଙ୍କ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଝାଡଖଣ୍ଡ ଅଞ୍ଚଳରୁ କିଛି ମୋଟର ମେକାନିକ୍ କାଳିମାଟିରେ ରହି ଗାଡି ମରାମତି କାମ କରିଆସୁଛନ୍ତି।

ତାଙ୍କ ସହିତ କୌଣସି ପୂର୍ବ ଶତୃତା ହେଉ କିମ୍ବା ତାଙ୍କ ଦୋକାନରୁ ଲୁଟ୍ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଛି। ତେବେ ଆକ୍ରମଣର କୌଣସି ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଝାଡଖଣ୍ଡ ଅଞ୍ଚଳର କିଛି ବ୍ୟକ୍ତି କାଳିମାଟି ଅଞ୍ଚଳରେ ରହି ବିଭିନ୍ନ ସମୟରେ ଚୋରି, ଲୁଟ, ରାହାଜାନି ଭଳି ଅପରାଧମାନ ଘଟାଉଥିବା ଦେଖିବାକୁ ମିଳୁଛି। ସେମାନଙ୍କ ଗତିବିଦ୍ଧିକୁ ସ୍ଥାନୀୟ ପୁଲିସ ଅନୁଧ୍ୟାନ କରିବା ଉଚିତ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ଆହତ ଶିବ ଚରଣଙ୍କ ପକ୍ଷରୁ ବାମେବାରୀ ଥାନାରେ ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ