ଝିଅକୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା ନିଜର ମାଆ

ବାଲେଶ୍ୱର(ଏସ୍ ନ୍ୟୁଜ): ବାଲେଶ୍ୱର ଜିଲ୍ଲାରେ ଶିବାନୀ ନାୟକ ନାମକ ମହିଳାଙ୍କ ହତ୍ୟା ମାମଲାର ପର୍ଦାଫାସ ହୋଇଛି ।ତାଙ୍କ ନିଜର ମାଆ ଏହି ହତ୍ୟା କରିବାକୁ ସୁପାରି ଦେଇଥିଲା । ପୋଲିସର ସୂଚନା ରୁ ଜଣା ପଡିଛି ଯେ ମଦ ବେପାରକୁ ନେଇ ଏହି ସୁପାରି କିଲିଂ ହୋଇଥିଲା ।୨ ହତ୍ୟା ଅଭିଯୁକ୍ତ ପ୍ରମୋଦ ଜେନା ଓ ସୁକାନ୍ତି ଗିରିଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ୨ ଅଭିଯୁକ୍ତ ଫେରାର ଥିଲାବେଳେ , ଗିରଫ ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ।ପୋଲିସ ସୂତ୍ର ରୁ ପ୍ରକାଶ ଯେ ୫୦ ହଜାର ଟଙ୍କାର ଡିଲ୍‌ କରି ୮ ହଜାର ଟଙ୍କା ସୁପାରି ଦିଆଯାଇଥିଲା ।