ହରିଣ ପାର୍କର ସ୍ୱୀକୃତି ପ୍ରତ୍ୟାହାର

କଟକ(ଏସ୍ ନ୍ୟୁଜ): କଟକ ହରିଣ ପାର୍କକୁ ନେଇ ସରକାରଙ୍କ ତରଫରୁ ଏକ ପଦକ୍ଷେପ ନିଆଯାଇଛି । ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପାର୍କର ସ୍ୱୀକୃତିକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି । କଟକର ହରିଣ ପାର୍କର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବାକୁ କିଏ ବା ନ ଚାହିଁବ । ବହୁ ପର୍ଯ୍ୟଟକଙ୍କୁ ଏହି ପାର୍କ ମନୋରମ ସୌନ୍ଦର୍ଯ୍ୟରେ ବାନ୍ଧି ରଖିଥିଲା

ସୂଚନା ଅନୁଯାୟୀ, ପୂର୍ବରୁ କଟକର ଏହି ହରିଣ ପାର୍କ ପରିଦର୍ଶନରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଆସିଥିଲେ । ପ୍ରତିନିଧି ଦଳ ପାର୍କକୁ ପରିଦର୍ଶନ କରିଥିଲେ ଏବଂ ବିଭିନ୍ନ ଦିଗକୁ ବିଚାର କରି ସମୀକ୍ଷା କରିଥିଲେ । ଏହି ଡିଅର ପାର୍କରେ ହରିଣମାନଙ୍କ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ସ୍ଥାନର ଅଭାବ ରହିଥିବା ପ୍ରତିନିଧି ଦଳ ରିପୋର୍ଟରେ ଦର୍ଶାଇଥିଲେ । ରିପୋର୍ଟକୁ ଆଧାର କରି ସେଣ୍ଟ୍ରାଲ ଜୁ ଅର୍ଥରିଟି ପକ୍ଷରୁ କଟକ ହରିଣ ପାର୍କ ସ୍ୱୀକୃତି ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି । ଏହି କେନ୍ଦ୍ରୀୟ ସଂସ୍ଥାର ନିଷ୍ପତ୍ତି ପରେ ବହୁ ପଶୁପକ୍ଷୀ ପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।