ନିଲମ୍ବିତ ହେଲେ ପୁରୀ ଜିଲ୍ଲାର ଦୁଇ ପୋଲିସ ଅଧିକାରୀ

ପୁରୀ(ଏସ୍ ନ୍ୟୁଜ):ଜୁଆ ଆଡ୍ଡାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ଅଭିଯୋଗରେ ପୁରୀ ସଦର ଥାନା ମହିଳା ଏସଆଇ ଅତଶି ଜେନାଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ଜଣେ ବ୍ୟବସାୟୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ଅଭିଯୋଗରେ ପୁରୀ ଏସପି କନୱର ବିଶାଲ ସିଂ କୃଷ୍ଣପ୍ରସାଦ ଥାନା ଏଏସଆଇ ଗୁମାନ ସିଂଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ପୁରୀ ଏସପି ଦୁଇ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।