କଟକରେ ପୁଣି ଡରାଇଲାଣି କରୋନା ,୧୨ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ

କଟକ (ଏସ୍ ନ୍ୟୁଜ): ଦୀର୍ଘ ଦିନ ଧରି ଥମି ରହିଥିବା କରୋନା ମହାମାରୀ ପୁଣି ଥରେ କଟକରେ ଦେଖାଦେଇଛି ।ସୂଚନା ଅନୁଯାୟୀ କଟକସ୍ଥିତ ଏକ ଘରୋଇ ସାଇନ୍ସ କଲେଜର ୧୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଘଟଣା ପରେ ସିଏମସି ପକ୍ଷରୁ ଆକ୍ରାନ୍ତମାନଙ୍କୁ କଲେଜ ହଷ୍ଟେଲ ପରିସରରେ କ୍ୱାରେଣ୍ଟାଇନରେ ରଖାଯାଇଛି ।

ସମସ୍ତ ଆକ୍ରାନ୍ତଙ୍କଠାରେ ଲକ୍ଷଣ ଦେଖାଦେବା ପରେ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା । ସେସବୁର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ତେବେ ସେହି କଲେଜରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ୍ ଟ୍ରେସିଂ କରାଯିବ ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।