ମାଲକାନଗିରିରେ ୯୧ ଟପିଲା ପେଟ୍ରୋଲ

ଭୁବନେଶ୍ୱର(ଏସ୍ ନ୍ୟୁଜ): ପେଟ୍ରୋଲ ଡିଜେଲ ଦର ବୃଦ୍ଧିରେ ସର୍ବକାଳୀନ ରକର୍ଡ କରିଛି। ଆକାଶ ଛୁଆଁ ହୋଇଛି ପେଟ୍ରୋଲ ଓ ଡିଜେଲ ଦର। ଗତ କିଛି ହେବ ଲଗାତର ତୈଳ ଦର ବୃଦ୍ଧି ଚାଲିଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗିଛି। ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ପାର ହୋଇଛି। ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୪୨ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପ୍ରତି ଦର ୮୭ ଟଙ୍କା ୫୬ ପଇସାରେ ପହଞ୍ଚିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୬ ଟଙ୍କା ୩୬ ପଇସା ଓ ଡିଜେଲ ୮୨ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଛି। ଅନ୍ୟପଟେ ରବିବାର ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ-ଡିଜେଲ୍ ବିକ୍ରି ସବୁ ରେକର୍ଡ ଭାଙ୍ଗି ଦେଇଛି। ଏଠାରେ ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲର ଦର ଲିଟର ପିଛା ୧୦୦.୫୧ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।