ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର(ଏସ୍ ନ୍ୟୁଜ): ଭୁବନେଶ୍ୱରରୁ ପୁଣେକୁ ଆରମ୍ଭ ହୋଇଛି ସିଧାସଳଖ ବିମାନ ସେବା। ରବିବାର ଏହି ବିମାନସେବାର ଶୁଭାରମ୍ଭ ହୋଇଛି। ପ୍ରତି ଶନିବାର ବ୍ୟତୀତ ଅନ୍ୟ ୬ଦିନରେ ମଧ୍ୟ ଏଣିକି ଏହି ବିମାନ ସେବା ଉପଲବ୍ଧ ହେବ। ଏୟାର ଏସିଆ ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ନ ୧ଟା ୫୦ରୁ ଛାଡି ପୁଣେରେ ଅପରାହ୍ନ ୩ଟା ୫୫ରେ ପହଞ୍ଚିବ। ପୁଣେଠାରୁ ଅପରାହ୍ନ ୪ଟା ୩୫ରେ ଛାଡି ଭୁବନେଶ୍ୱରରେ ସନ୍ଧ୍ୟା ୬ଟା ୪୦ରେ ପହଞ୍ଚିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ୱର ବିମାନବନ୍ଦରରେ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି।