ରୂପେଲୀ ସହର କଟକରେ ପୁଣି ନକଲି ଜର୍ଦ୍ଦା ଓ ପାନ ମସଲା

କଟକ (ଏସ୍ ନ୍ୟୁଜ): କଟକ ଗତ କିଛି ଦିନ ମଧ୍ୟରେ ନକଲି ତେଲ, ଘିଅ, ପନିର, ହଳଦୀ, ଲଙ୍କା ଗୁଣ୍ଡ , ପାନ ମସଲା ଜର୍ଦ୍ଦା ଆଦି ଜବତ କରାଯାଇଥିଲା। ଶୁକ୍ରବାର କଟକରେ ପୁଣି ଏକ ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ ହୋଇଛି। ସଦର ଥାନା ସାସୋଳ ଗାଁରେ ଚଢାଉ କରି ପୁଲିସ ଠାବ କରିଛି। କାରଖାନାରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା, କେମିକାଲ ଜବତ ହୋଇଛି। ଏହାସହ ବହୁ ନାମୀଦାମି କମ୍ପାନୀର ପ୍ୟାକିଂ ଓ ଲୋଗୋ ଜବତ କରାଯାଇଛି। । ପୋଲିସ ତଦନ୍ତ ଜାରି ରହିବ ସହ ଚଢ଼ାଉ ମଧ୍ୟ ଜାରି ରହିଛି।