ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୨୫୮ ଏବଂ ସ୍ଥାନୀୟ ସଂକ୍ରମିତ ୯୨୪ ଜଣ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୮୯, ବାଲେଶ୍ୱର ୧୬୧, ବରଗଡ ୧୫, ଭଦ୍ରକ ୭୬, ବଲାଙ୍ଗିରରୁ ୪ ଜଣ ଚିହ୍ନଟ ହୋଇଛନ୍ତି।ସେହିଭଳି ବଉଦରୁ ୬, କଟକ ୩୦୮, ଦେବଗଡ ୧, ଢେଙ୍କାନାଳ ୭୦, ଗଜପତି ୪, ଗଞ୍ଜାମ ୩, ଜଗତସିଂହପୁରରୁ ୮୬ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୧୭୫, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୧୩, କନ୍ଧମାଳ ୧୪, କେନ୍ଦ୍ରାପଡା ୫୫ ଓ କେନ୍ଦୁଝର ଜିଲାରୁ ୪୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୧୦, କୋରାପୁଟ ୨୮, ମାଲକାନାଗିରି ୨୫, ମୟୁରଭଞ୍ଜ ୯୨, ନବରଙ୍ଗପୁର ୧୬, ନୟାଗଡ ୭୫, ନୂଆପଡା ୨, ପୁରୀ ୯୪, ରାୟଗଡା ୨୨, ସମ୍ବଲପୁର ୨୪, ସୋନପୁର ୧୩, ସୁନ୍ଦରଗଡ ୫୪ ଏବଂ ଷ୍ଟେଟପୁଲରୁ ୯୩ ଚିହ୍ନଟ ହୋଇଛନ୍ତି।