ଭୁବନେଶ୍ୱରରେ ବନ୍ଦ ହେଲା କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର

ଭୁବନେଶ୍ୱର: ଭୁବନେଶ୍ୱରରେ ବନ୍ଦ ହେଲା ୫ଟି କୋଭିଡ ହସ୍ପିଟାଲ ଓ ୩ଟି କୋଭିଡ କେୟାର ସେଣ୍ଟର । ରାଜଧାନୀରେ ମୋଟ୍‌ ୧୩ଟି କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ରହିଥିଲା । ବର୍ତ୍ତମାନ ୩ଟି କୋଭିଡ ହସ୍ପିଟାଲ ଓ ୩ଟି କୋଭିଡ୍‌ କେୟାର ସେଣ୍ଟର ରହିଛି । କୋଭିଡ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି ।