ଟି-୨୦ ବିଶ୍ୱକପ : ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଆସାନ୍ତ ଅକ୍ଟୋବର ୧୭ ତାରିଖରୁ ହେବାକୁ ଯାଉଛି ଟି-୨୦ ଟେଣ୍ଟି ବିଶ୍ୱକପ । ଏହା ପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତି ଜୋରଦାର କରୁଛନ୍ତି । ତେବେ କ୍ରିକେଟପ୍ରେମୀଙ୍କ ପାଇଁ ଆଉ ଏକ ରୋମାଞ୍ଚକର ଖବର ଆସିଛି । ଏଥିରେ ମୋଟ ୧୨ଟି ଦଳ ଅଂଶ ଗ୍ରହଣ କରୁଥିବା ଟି-୨୦ ବିଶ୍ୱକପରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି । ଅର୍ଥାତ ଲିଗ ପର୍ଯ୍ୟାୟ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜୋରଦାର ଲଢେଇ ହେବ । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ ଟି-୨୦ ମହାସମର । କ୍ରିକେଟର ୨ ମାରମ୍ପରିକ ପ୍ରତିଦ୍ୱନ୍ଦୀ କୁହାଯାଉଥିବା ଭାରତ ଏବଂ ପାକିସ୍ତାନ କ୍ରିକେଟ ଟିମ ଗ୍ରୁପ-ବି ରେ ଅଛନ୍ତି । ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ ହେଲେ ଦର୍ଶକ ତଥା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳେ । ଓମାନ ଏବଂ ୟୁଏଇରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଯାଏଁ ଆୟୋଜିତ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ତେବେ ଗ୍ରପ-ବି ରେ ଭାରତ ଏବଂ ପାକିସ୍ତାନ ସହିତ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ସହ ଆଉ ୨ଟି ଟିମ ରହିବେ । ଏ ନେଇ ଆଇସିସି ଘୋଷଣା କରିଛି । ଗ୍ରୁପ୍‌-ଏ: ଇଂଲଣ୍ଡ, ଅଷ୍ର୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌, ରାଉଣ୍ଡ-୧ ଗ୍ରୁପ-ଏ ର ବିଜେତା ଏବଂ ରାଉଣ୍ଡ-୧ ଗ୍ରୁପ-ବି ର ଉପ ବିଜେତା । ଗ୍ରୁପ-ବି: ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ରାଉଣ୍ଡ-୧ ଗ୍ରୁପ-ବି ର ବିଜେତା ଏବଂ ରାଉଣ୍ଡ-୧ ଗ୍ରୁପ-ଏ ର ଉପ ବିଜେତା । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ୮ଟି କ୍ଲାଲିଫାଇଂ ଦଳ ଭାଗ ନେବେ । ଯାହାକି ଓମାନ ଏବଂ ୟୁଏଇରେ ଖେଳାଯିବ । ସେମାନଙ୍କ ମଧ୍ୟରୁ ୪ଟି ଟିମ ସୁପର ୧୨ରେ ପହଞ୍ଚିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୮ଟିମ ବାଂଲାଦେଶ, ଶ୍ରୀଲଙ୍କା, ଆୟରଲାଣ୍ଡ, ନେଦରଲାଣ୍ଡ, ନାମୀବିୟା, ଓମାନ ଏବଂ ପାପୁଆ ନ୍ୟୁଗିନି ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରୁ ୪ଟି ଟିମ ସୁପର ୧୨ରେ ପ୍ରବେଶ କରି ବିଶ୍ୱକପ ଖେଳିବେ ।