କଟକ: ଜଷ୍ଟିସ୍ ହରିଶ ଟଣ୍ଡନ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ।
ଜଷ୍ଟିସ ଟଣ୍ଡନଙ୍କୁ ଓଡ଼ିଶା ରାଜ୍ୟପାଳ ହରି ବାବୁ କାମଭମ୍ପତି ଶପଥ ପାଠ କରାଇଥିଲେ । ଏହି ଅବସରରେ ସମସ୍ତ ଓଡ଼ିଶା ହାଇକୋର୍ଟ ବିଚାରପତି ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖନୀୟ ଯେ, ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି, ଯାହା ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓଡ଼ିଶା ହାଇକୋର୍ଟରୁ ଅବସର ନେବା ପରେ ଜାନୁଆରୀ ୧୯ ତାରିଖରୁ ଖାଲି ପଡ଼ିଥିଲା ।