ରାଜ୍ୟରେ ଆହୁରି ୪ ଦିନ ରହିବ କାଳବୈଶାଖୀ

ଭୁବନେଶ୍ୱର: ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଓଡିଶାର ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ରାଜ୍ୟର କିଛିଟା ଅଞ୍ଚଳରେ କାଳବୈଶାଖୀ ଲାଗି ରହିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏହି କାଳବୈଶାଖୀର ପ୍ରଭାବରେ ଦିନର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ । ଏହି ବର୍ଷା ପ୍ରଭାବରେ ଆସନ୍ତା ୫ ଦିନ ଓଡିଶାରେ ଖରା ଏବଂ ଗରମ କମ୍ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହାପରେ ପୁଣିଥରେ ବଢିବ ହିଟୱେଭ । ପାଣିପାଗ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ, ଆସନ୍ତା ୪-୫ ଦିନ ଓଡିଶାରେ କାଳବୈଶାଖୀ ଲାଗି ରହିବ । ଏହାର ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା କହିଛନ୍ତି ସୋଆ ଜଳବାୟୁ ଏବଂ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଡା. ଶରତ ସାହୁ ।