ବ୍ୟବସାୟୀ ଗୁଳିମାଡ ଓ ଲୁଟ୍ ଘଟଣାରେ ୪ ଜଣିଆ ଡକାୟତ ଗ୍ୟାଙ୍ଗ୍ କୁ ଗିରଫ କଲା କନ୍ଦରପୁର ପୋଲିସ

କଟକ: ବ୍ୟବସାୟୀ କ୍ଷୀରୋଦ ସାହୁଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣାରେ ୪ ଜଣିଆ ଡକାୟତ ଗ୍ୟାଙ୍ଗ୍ କୁ ଗିରଫ କଲା କନ୍ଦରପୁର ଥାନା ପୋଲିସ । ଦୁଇ ଦିନ ତଳେ ଏହି ଗ୍ୟାଙ୍ଗର ମୁଖ୍ୟ ରାକାକୁ ଏନକାଉଣ୍ଟର କରିଥିଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କୁଖ୍ୟାତ ଡକାୟତ ସାଗର ମାଲିକ ରହିଥିବା ଜଣାପଡିଛି । ଗତ ସେପ୍ଟେମ୍ବର ୯ ତାରିଖରେ ବ୍ୟବସାୟୀଙ୍କୁ ଗୁଳି କରି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିଲା । ଏନେଇ ସାମ୍ବାଦିକ ସମ୍ମିଳନୀରେ କଟକ ଜୋନ୍-୬ ଏସିପି ଚନ୍ଦନ ଘଡେଇ ସୂଚନା ଦେଇଛନ୍ତି ।