ନବୀନଙ୍କ ଠାରୁ ଯଥେଷ୍ଟ ଆଗରେ କେଜ୍ରିୱାଲ

ନବୀନଙ୍କ ତୁଳନାରେ ଅରବିନ୍ଦ ବେଶ ଦକ୍ଷ

ଜାତୀୟ ରାଜନୀତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇ…

ଭୁବନେଶ୍ୱର: ଜାତୀୟ ରାଜନୀତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବେଶ ଆଗକୁ ଚାଲି ଯାଇଛନ୍ତି । ବାପାଙ୍କ ନାମରେ ଦଳଟିଏ ଗଢ଼ି ନବୀନ ପଟ୍ଟନାୟକ ରାଜ୍ୟ ଭିତରେ ବାନ୍ଧି ହୋଇ ରହିଗଲେ । ମାତ୍ର ଜାତୀୟ ସ୍ୱାର୍ଥରେ ଉଦ୍‌ବୁଦ୍ଧ ହୋଇ ଅରବିନ୍ଦ କେଜ୍ରିୱାଲ ଯେଉଁ ଆଂଚଳିକ ଦଳ ଗଠନ କଲେ, ତାହା କ୍ରମେ ଜାତୀୟ ଦଳ ସ୍ୱୀକୃତି ଲାଭ କରିଛି ।

୧୯୯୭ରେ ପ୍ରତିଷ୍ଠିତ ବିଜୁ ଜନତା ଦଳ ଆଜି ସୁଦ୍ଧା ଜାତୀୟ ସ୍ତରକୁ ଛୁଇଁ ପାରିଲାନି । ମାତ୍ର ୨୦୧୨ରେ ପ୍ରତିଷ୍ଠିତ ଆପ୍‌ ଦଳ ମାତ୍ର ୧୦ ବର୍ଷ ଭିତରେ ଆଂଚଳିକ ଦଳରୁ ଜାତୀୟ ଦଳର ମାନ୍ୟତା ପାଇଛି । ସମୟ କ୍ରମେ ଆପ୍‌ ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ । କିନ୍ତୁ ନବୀନ ପଟ୍ଟନାୟକ ଯେତେ ଚେଷ୍ଟା କଲେ ମଧ୍ୟ ବିଜେଡିକୁ ଜାତୀୟ ଦଳ କରି ପାରିବେନି ।

ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଟାମାଟିରେ ପଶି ୫ଟି ଆସନ ଅକ୍ତିଆର କରିବା କମ୍‌ ବଡ଼ ସଫଳତା ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାକ ତଳେ ରହି ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ସହଜ ନଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରତିଟି ବିଲକୁ ସମର୍ଥନ କରି ଏକନମ୍ବର ଚାଟୁକାର ହୋଇ ରହି ଯାଇଛନ୍ତି ।