୮୦ ଲକ୍ଷ ବେକାରଙ୍କୁ ଦାନା ଯୋଗାଇବ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା: ରାଜ୍ୟ ସରକାରଙ୍କ ସବୁ ଶକ୍ତି କେନ୍ଦ୍ରାପଡ଼ାରେ ଅଟକି ଯାଇଛି । କେନ୍ଦ୍ରାପଡ଼ା ଅଂଚଳ ପ୍ରତି ବିଜୁବାବୁଙ୍କ ମନରେ ଗଭୀର ପ୍ରେମ ଥିବାରୁ ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରି ଭଲ ପାଆନ୍ତି ବୋଲି କହିଛନ୍ତି ଭିକେ ପାଣ୍ଡିୟାନ । ଜାପାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରାୟ ୧୫ ଥର ବିଳିବିଳେଇ ଥିଲେ । କେନ୍ଦ୍ରାପଡ଼ାଟି ପାଣ୍ଡିୟାନଙ୍କ ଶଶୁର ଘର ହୋଇଥିବାରୁ ରାଜ୍ୟ ସରକାରଙ୍କ ସବୁ ଅଧିକାରୀ ଏବେ ଶଶୁର ଘରମୁହାଁ ହୋଇଛନ୍ତି ।

ଶଶୁରଘର ସଂପତିର ସଠିକ ତଥ୍ୟ ପ୍ରଦାନ ନକଲେ, ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କ ଜାତକ କୁଣ୍ଡଳୀରୁ ନାମ କାଟି ଦିଆଯିବ । କେନ୍ଦ୍ରାପଡ଼ା ଜିଲ୍ଲାକୁ ଏତେ ସଂଖ୍ୟକ ଶିଳ୍ପପତି ପ୍ରାଥମିକତା ଦେଇଛନ୍ତି ଯେ ସେଠାକାର ଶିଳ୍ପସଂସ୍ଥା ସାରା ରାଜ୍ୟର ବେକାର ସମସ୍ୟାକୁ ଦୂର କରିପାରିବ ।

ଦିନେ ସାରଥୀ ବାବାଙ୍କ ପାଇଁ କେନ୍ଦ୍ରାପଡ଼ା ସାରା ଭାରତର ଦୃଷ୍ଟି ଆକର୍ଷଣ କରିଥିଲା । ଆଜି ପାଣ୍ଡିୟାନଙ୍କ କେନ୍ଦ୍ରାପଡ଼ା ରୋଡ୍‌ ମ୍ୟାପ୍‌ ସାରା ଭାରତକୁ ଗର୍ବିତ କରିବ ।