କ୍ଷମତା ପାଇଁ ଦୁଇ ମହାବଳ ଲଢେ଼ଇ

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟରେ ଦୁଇଟି ମହାବଳ ଲଢେ଼ଇ କରୁଥିବା ଦୃଶ୍ୟ ବନ କର୍ମଚାରୀଙ୍କୁ ଆମୋଦିତ କରିଛି । ସେ ସଂପର୍କୀତ ଭିଡିଓକୁ ସୋସିଆଲ ମିଡ଼ିଆରେ ବହୁ ଲାଇକ୍‌, କମେଂଟ ମିଳିଛି ବୋଲି ବନ ବିଭାଗ କହିଛି । ଉକ୍ତ ବାଘ ଲଢେ଼ଇକୁ ବଂଶ ବିସ୍ତାର ପାଇଁ ଶୁଭ ସଂକେତ ବୋଲି ଧରି ନେଇଛି ବନ୍ୟଜନ୍ତୁ ସଂରକ୍ଷଣ ବିଭାଗ ।

ବନ ବିଭାଗ ପକ୍ଷରୁ ହସ୍ତଗତ ସୂଚନା ମୁତାବକ ଟି-୩୫ ଓ ଟି-୩୧ ବାଘ ଭିତରେ ଘମାଘୋଟ ଲଢେ଼ଇ ହୋଇଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚନ୍ଦ୍ର ଗୋଗିନେନୀ ସେମାନଙ୍କ ଲଢେ଼ଇକୁ ସୋସିଆଲ ମିଡିଆରେ ପ୍ରସାରଣ କରିବା ଉଚିତ ମନେ କରିଥିଲେ ।

ଆଗାମୀ ଦିନରେ ଓଡ଼ିଶା ଜଙ୍ଗଲକୁ ଦଖଲ କରିବା ପାଇଁ ଦୁଇ ମହାବଳ ନରେନ୍ଦ୍ର ଓ ନବୀନ ଲଢ଼ିବାକୁ ଯାଉଛନ୍ତି । ରାଜ୍ୟ ନିର୍ବାଚନ ମୁଖ୍ୟ ଅଧିକାରୀ ଦୁଇ ମହାବଳଙ୍କ ପାଇଁ କ୍ଷେତ୍ର ସଜବାଜ କରିବେ ।