ଏକ୍‌ ଅକେଲା: ଚଳିତ ଶୀତ ଅଧିବେଶନ ନିଲମ୍ବନ ପାଇଁ ଚର୍ଚ୍ଚିତ

ନୂଆଦିଲ୍ଲୀ: ଚଳିତ ଶୀତ ଅଧିବେଶନଟି ସାଂସଦଙ୍କ ନିଲମ୍ବନ ପାଇଁ ଚର୍ଚ୍ଚାର ପାତ୍ର ହୋଇଛି । ମଙ୍ଗଳବାର ଗୃହରେ ଅବାଧ୍ୟ କାରଣରୁ ପୁଣି ୪୯ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଉଭୟ ସଦନରୁ ମୋଟ ୧୪୧ ଜଣ ସାଂସଦଙ୍କୁ ଅଧିବେଶନ ମନା କରାଯାଇଛି । ନୂତନ ସଂସଦର ସୁରକ୍ଷା କବଚକୁ ଅତିକ୍ରମ କରି ଲୋକସଭାରେ ଦୁଇଜଣ ଯୁବକଙ୍କ ଉତ୍ପାତକୁ କେନ୍ଦ୍ର କରି ବିରୋଧୀ ଦଳଗୁଡ଼ିକ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ।

ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ଆପଣା ଜିଦରେ ଅଟଳ ରହିଛନ୍ତି । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ସପ୍ତାହରେ ୧୪ ଜଣ ସାଂସଦଙ୍କୁ ଗୃହକାର୍ଯ୍ୟରୁ ବାଦ ଦିଆଯାଇଥିଲା । ଫଳରେ ଉଭୟ ଗୃହରୁ ବାଦ ପଡ଼ିଥିବା ସାଂସଦଙ୍କ ସଂଖ୍ୟା ୯୨କୁ ଛୁଇଁଛି ।

ସତକୁ ସତ ଏକ ଅକେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବ ପର୍‌ ଭାରି ପଡ଼ିଛନ୍ତି । ଲୋକସଭାର ୩୩ ଓ ରାଜ୍ୟସଭାର ୪୫ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି ସତ; ମାତ୍ର ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇନି । ନିଲମ୍ବନ ଆଦେଶ ଚଳିତ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ସକ୍ରିୟ ରହିବ ।