ସନ୍ଥେଭଞ୍ଜଉଚ୍ଚ ବିଦ୍ୟାଳୟ ରେ ସୁନେତ୍ର କାର୍ଯ୍ୟକ୍ରମ

କେନ୍ଦୁଝର:- କେନ୍ଦୁଝର ସଦର ବ୍ଲକ୍ ପାଳାସପାଙ୍ଗା ସ୍ଥିତ ସନ୍ଥେଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ସମଗ୍ରଶିକ୍ଷା ଅଭିଯାନ ଦ୍ଵାରା ସୁନେତ୍ର କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ମହାନ୍ତ, ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିବାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପାଟୁଙ୍ଗ୍ ସି ଆର ସି ସି ଅନିଲ କୁମାର ନାଏକ, ଆମୁଣି ସି ଆର ସି ସି ହରିଶ୍ଚନ୍ଦ୍ର ନାଏକ ଏବଂ ପାଳାସପାଙ୍ଗା ସି ଆର ସି ସି ଶରତ ଚନ୍ଦ୍ର ଦେହୁରୀ ଯୋଗ ଦେଇଥିବାବେଳେ ସମଗ୍ରସିକ୍ଷା ର ସଦର ଗୋଶ୍ଠି ସମ୍ବଳ ଶିକ୍ଷକ ମାମତାରଣି ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଚକ୍ଷୁ ସହାୟକ ରମେଶ ଚନ୍ଦ୍ର ବେହେରା, ରୁପାମ୍ ସ୍ବାଗତମ ସହୁ ,ମୋହିତ କୁମାର ସେଠୀ,ରୂପାଲି ସ୍ୱାଗତିକା ସହୁ ଉପସ୍ଥିତ ରହି ପାଳାସପାଙ୍ଗା, ପାଟୁଙ୍ଗ, ଆମୁଣି,କଣ୍ଡରାପଶି କ୍ଲଶ୍ଟର ର ୩୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୪୮ ଜଣଙ୍କୁ ବିଭାଗ ତରଫରୁ ଚଷମା ଦେବ ପାଇଁ ବନ୍ଦୋବସ୍ତ କରାଯଇଥିବାବେଳେ ଅତିରିକ୍ତ ପରୀକ୍ଷା ପାଇଁ ୭ ଜଣଙ୍କୁ ମୂଖ୍ୟ ଚିକିତ୍ସାଳୟ କୁ ପଠାଯାଇଥିବା କଥା କହିଛନ୍ତି ମମତାରାଣୀ ମିଶ୍ର, ଏହି କର୍ଯ୍ୟକ୍ରମ ପରିଚାଳନା ରେ ବିଭିନ୍ନ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।