କେନ୍ଦୁଝରରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା

କେନ୍ଦୁଝର: ଓରମାସ୍ (ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ), ଓ ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦୁଝର ଜିଲ୍ଲା ସଦର ମହକୁମା ର କାଳୀ ପଡ଼ିଆଠାରେ ୧୮ ରୁ ୨୫ ଡ଼ିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବାକୁଥିବା ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଯାଇଛି ।

ଏହି ପଲ୍ଲୀଶ୍ରୀ ମେଳା ରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ତଥା ମାଧ୍ୟମ ବ୍ୟବସାୟୀ ନିଜ ନିଜର ସାମଗ୍ରୀର ବିକ୍ରି ପାଇଁ ଆସି ଏହି ପଲ୍ଲୀଶ୍ରୀ ମେଳାରେ ଭାଗ ନେଇଛନ୍ତି। ୨୦୨୨ରେ ଏହି ପଲ୍ଲୀଶ୍ରୀ ମେଳାରେ ଏକ କୋଟି ୪୯ ଲକ୍ଷର ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଦୁଇ କୋଟିରୁ ଅଧିକ ବ୍ୟବସାୟ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି।

ଏହି ମେଳାରେ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ସରକାରୀ ବିଭାଗ ତରଫରୁ ମଧ୍ୟ ଲୋକଙ୍କ ଆଗ୍ରହକୁ ଆଖି ଆଗରେ ରଖି ଷ୍ଟଲ ଖୋଲାଯାଇଛି। ସାଧାରଣ ବ୍ୟବସାୟୀଙ୍କ ଠାରୁ ଆରମ୍ଭକରି କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ କେନ୍ଦୁଝରର ଲୋକଙ୍କ ଆବଶ୍ୟକତା କୁ ଆଖି ଆଗରେ ରଖି ଜିନିଷ ଆଣିଥିବାରୁ ସେମାନଙ୍କର ଜିନିଷର ବିକ୍ରୀ କରି ବେଶ ଲାଭବାନ ହେଉଥିବା ପ୍ରକାଶ କରିଛନ୍ତି।

ମେଳାକୁ ଆସୁଥିବା ଲୋକମାନେ ମଧ୍ୟ ଉତ୍ସାହର ସହି ମନପସନ୍ଦର ଜିନିଷ କିଣି ଘରକୁ ନେଉଥିବା ଦେଖିବାକୁ ମିଳୁଛି ।