ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୩ ଉଦଘାଟିତ

କେନ୍ଦୁଝର: ଜିଲ୍ଲା ସଂସ୍କୃତି ପରିଷଦ, କେନ୍ଦୁଝର ଆନୁକୂଲ୍ୟରେ ଏବଂ ଓରମାସ୍ (ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ), ଓଡ଼ିଶା ସହଯୋଗରେ କେନ୍ଦୁଝର ଜିଲ୍ଲା ସଦର ମହକୁମା ର କେନ୍ଦୁଝର ଷ୍ଟାଡ଼ିୟମ୍ ଠାରେ ୧୮ ରୁ ୨୨ ଡ଼ିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୩ ଉଦଘାଟିତ ହୋଇଯାଇଛି ।

ଏହି କେନ୍ଦୁଝର ମହୋତ୍ସବ ଏବଂ କାଳୀ ପଡ଼ିଆଠାରେ ୧୮ ରୁ ୨୫ ଡ଼ିସେମ୍ବର ୨୦୨୩ ପର୍ଯ୍ୟନ୍ତ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଯାଇଛି ।

ଜିଲ୍ଲାପାଳ ଆଶିଷ ଠାକରେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ,ସମ୍ମାନନୀୟ ଅତିଥି ଭାବେ ବିଧାୟକ ପାଟଣା ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା କମିଟି କେନ୍ଦୁଝର ଜଗନ୍ନାଥ ନାଏକ,ଅଧ୍ୟକ୍ଷା ସ୍ବତନ୍ତ୍ର ଉନ୍ନୟନ ପରିଷଦ, କେନ୍ଦୁଝର ର ଲକ୍ଷ୍ମୀ ନାଏକ,କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ,ଅଧ୍ୟକ୍ଷା ଜିଲ୍ଲା ପରିଷଦ କେନ୍ଦୁଝର ସାଗରିକା ସାହୁ, ଓ.ଏସ୍.ଜେ.ଏସ୍. ଜିଲ୍ଲା ଓ ଦୌରା ଜଜ କେନ୍ଦୁଝର ଅଶୋକ କୁମାର ପଣ୍ଡା, ଆରକ୍ଷୀ ଅଧ୍ୟକ୍ଷକ କେନ୍ଦୁଝର ନୀତିନ୍ କୁଶଲକର,ବନଖଣ୍ଡ ଅଧିକାରୀ କେନ୍ଦୁଝର ଶ୍ରୀଯୁକ୍ତ ଧନରାଜ ଏଚ୍.ଡ଼ି ଅତିଥି ରୂପେ ଉପସ୍ଥିତ ରହି କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ କଥା ମାନେପକାଇବା ସହିତ ଜିଲ୍ଲା ରେ ସମ୍ଭାବନା ର ସୁଯୋଗ ରହିଥିବା କଥା ବଖାଣି ଥିଲେ ।