୩କେଜି ଗଞ୍ଜେଇ ଜବତ,ଅଭିଯୁକ୍ତ ଗିରଫ

କେନ୍ଦୁଝର : ଅବକାରୀ ବିଭାଗ ନାରାୟଣ ମେହେର ଙ୍କ ନିର୍ଦେଶରେ ଇନିସପେକ୍ଟର ବେଣୁଧର ସାମଲ ଙ୍କ ନେତୃତ୍ବରେ ଆଜି ତୁରୁମୁଙ୍ଗା ଥାନା କଣ୍ଟିଆପଡା ବାଲିସୁଆଁ ଗ୍ରାମରେ ଚଢାଉ କରି ୩କେଜି ଗଞ୍ଜେଇ ଜବତ କରିବା ସହ ଏହିକାରବାର ରେ ସଂପୃକ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କଣ୍ଟିଆପଡା ବାଲିସୁଆଁ ଗ୍ରାମର ପ୍ରଦୀପ କୁମାର ମହାକୁଡ।ମାମଲା କ୍ରମେ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।ଏହି ଚଢାଉରେ କନେଷ୍ଟବଳ ଲକ୍ଷ୍ମଣ ନାୟକ,ଅଖିଳ ଚନ୍ଦ୍ର ସର୍ଦ୍ଧାର,ରଶ୍ମିରେଖା ମହାନ୍ତ,ଆଲୋକ କୁମାର ସାହୁ,ସଂଗ୍ରାମ କିଶୋରୀ ସାମଲ ପ୍ରମୁଖ ସାମିଲଥିଲେ।