ସୁଭେନ୍ଦୁ ଦିବାରାତ୍ର କ୍ରିକେଟ: ମହେଶ୍ବର ସେଭେନ ଚମ୍ପିଆନ

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ ରାଇସୁଆଁ ଗ୍ରାମ ର ଶାଳ ପଡିଆ ଠାରେ ବିଜୟ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଦ୍ଵିତୀୟ ଶୁଭେନ୍ଦୁ ମେମୋରିଆଲ ସ୍ପୋର୍ଟ ଦିବାଦାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇଯାଇଛି।ଏଥିରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚରେ ମହେଶ୍ବର ସେଭେନ ଏବଂ ତ୍ରିଶକ୍ତି କ୍ଲବ ମଧ୍ୟରେ ଖେଳାଯାଇଥିଲା।ଏହି ମ୍ୟାଚ୍ ରେ ମହେଶ୍ବର ସେଭେନ ବିଜୟୀ ହୋଇ ଚଳିତ ବର୍ଷ ଚମ୍ପିଆନ ହୋଇଛି।ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିରୋଧି ଦଳର ମୁଖ୍ୟ ସଚେତକ ତଥା ସଦର ବିଧାୟକ ମୋହନ ଚରଣ ମାଝୀ ସମେତ ସମାଜସେବୀ ସଞ୍ଜୀବ ସାହୁ,ବିଲିପ କୁମାର ପଣ୍ଡା,ଶିବ କୁମାର ରାଠୋର,ବରଦାପାଳ ସରପଞ୍ଚ ରମେଶ ମୁଣ୍ଡା,ଅନନ୍ତ ଦେହୁରୀ ପ୍ରମୁଖ ଯୋଗଦେଇ ଚମ୍ପିଆନ ଦଳ ୧୨ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ ଦଳକୁ ୮ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ ପ୍ରଦାନ କରିଥିଲେ।ବିଜୟ କ୍ଲବ ବାବୁଲି ରାଉତ, ଲିକୁ ରାଉତ,ହାପି ରାଉତ,ପପି ରାଉତ,ଅମୀ,ଫପ ରାଉତ,ଆସି ରାଉତ,ନିନୀ,ବାବୁ,ଲିପୁ,ହିତୁ,ଦିଗର,ସୀକୁ,ମୁନକି ସହଯୋଗ କରିଥିଲେ।ଖେଳଦେଖିବା ପାଇଁ ୧ହଜାର ରୁ ଉର୍ଦ୍ଧ ଜନ ସମାଗମ ହୋଇଥିଲା।