ଖୁଦୁରୁକୁଣୀ ଓଷା ପାଇଁ କିନ୍ନର ମାନଙ୍କର କଳସ ଶୋଭାଯାତ୍ରା

କେନ୍ଦୁଝର: ଜିଲ୍ଲାରେ ବଡ଼ବିଲ ପୌରପାଳିକା ରେ କିନ୍ନର ମାନେ କାରୋ ନଦୀ ରୁ କଳସ ଶୋଭାଯାତ୍ରା ସାଙ୍ଗକୁ ବାଜା ବଜେଇ ବଡ଼ବିଲ ବଙ୍ଗାଳା ଛକ ନିକଟରେ ଖୁଦୁରୁକୁଣୀ ଓଷା କରାଯାଇଛି।ଏହି ଶୋଭାଯାତ୍ରାରେ କିନ୍ନର ମାନଙ୍କ ଗୁରୁ ମା ସୋନମ ନେତୃତ୍ୱରେ ହୋଇଥିଲା ପର୍ବପର୍ବାଣୀ ଭାରତୀୟ ସଂସ୍କୃତିର ଏକ ବଡ ଅଂଶ । ସେହି ପରି ଓଡିଶାରେ ମଧ୍ୟ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଇଥାଏ । ଓଡିଶା ଏହାର ସଂସ୍କୃତି ଓ ପରମ୍ପରା ପାଇଁ ସାରା ବିଶ୍ବରେ ଜଣାଶୁଣା । କୁହାଯାଏ ଯେ, ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ପୂର୍ବ କାଳରୁ ଚାଲିଆସୁଥିବା ଏହି ସଂସ୍କୃତି ଓ ପରମ୍ପରାକୁ ଲୋକମାନେ ସମ୍ମାନ ଜଣାଇବା ସହ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି ।ତେବେ ଓଡିଶାର ପର୍ବ ପର୍ବାଣୀମାନଙ୍କ ମଧ୍ୟରେ ଖୁଦୁରୁକୁଣୀ ଓଷା ଅନ୍ୟତମ ।ଯାହାକୁ ଭାଲୁକୁଣୀ ଓଷା ବୋଲି ମଧ୍ୟ କୁହାଯାଏ । ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଏହି ଓଷା ପାଳନ କରାଯାଇଥାଏ । ଭାଇମାନଙ୍କ ଶୁଭ ମନାସି ଝିଅମାନେ ଏହି ଓଷା କରିଥାନ୍ତି କାହିଁକି କିନ୍ନର ମାନେ ଏହି ଓଷା କରିଥାନ୍ତି କେନ୍ଦୁଝର ଜିଲ୍ଲାର ଉନ୍ନତି ପାଇଁ ନିଜ ଭାଇମାନଙ୍କ ସୁରକ୍ଷା, ସମୃଦ୍ଧତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଙ୍ଗଳାଙ୍କ ନିକଟରେ ଗୁହାରି କରିଥାନ୍ତି ଭଉଣୀ|

ଏହା ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କର ପବିତ୍ରତା ଏବଂ ଉତ୍କର୍ଷତାକୁ ଦର୍ଶାଇଥାଏ |ସାଧବ ସାତ ଭାଇ ଯେତେବେଳେ ଦରିଆ ପାରିକୁ ବଣିଜ କରିବାକୁ ଯାଇଥିଲେ ସେମାନଙ୍କ ଶୁଭ ମନାସୀ ଏକମାତ୍ର ଅଲିଅଳି ଭଉଣୀ ତଅପୋଇ ସେମାନଙ୍କ ଲାଗି ମା’ ମଙ୍ଗଳାଙ୍କ ନିକଟରେ ନୈବେଦ୍ୟ ଅର୍ପଣ କରିଥିଲେ । ସେହି ପରମ୍ପରାକୁ ବଜାୟ ରଖି ପ୍ରତିଟି ଓଡ଼ିଆ ଘରର ଝିଅ ଏହି ଓଷା କରିଆସୁଛନ୍ତି । କରୋନା କଟକଣା ପାଇଁ ନିରାଡମ୍ବରରେ ଦୁଇ ବର୍ଷ ହେବ ଏହି ଓଷା ପାଳନ କରାଯାଉଛି ।
ରବିବାର ଓଷାରେ ସକାଳୁ ଝିଅମାନେ ଏକାଠି ହୋଇ ଭୋର୍‌ରୁ ଫୁଲ ତୋଳନ୍ତି । ଏକାଠି ହୋଇ ମା’ଙ୍କ ପାଇଁ ଫୁଲମାଳ ତିଆରି କରନ୍ତି । ପରେ ପୋଖରୀରେ ବାଲୁକା ପୂଜା କରିଥାନ୍ତି । ଏହାପରେ ଭଗବତ ଘରେ ମେଳି ହୋଇ ମା ମଙ୍ଗଳାଙ୍କ ପୂଜା କରିଥାନ୍ତି । ସେଠାରେ ରବିବାର ଦିନରେ ଓ ସନ୍ଧ୍ୟାରେ ମା’ ମଙ୍ଗଳାଙ୍କୁ ପୂଜା କରାଯାଇଥାଏ। । ୫ ପାଳି ପରେ ଭାଦ୍ରବ ମାସର ଶେଷ ରବିବାର ଦିନ ଏହି ବ୍ରତ ଶେଷ ହୋଇଥାଏ । ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।