ଦନ୍ତା ଆକ୍ରମଣ ରେ ସାଥୀ ମୃତ୍ୟୁ

ଚମ୍ପୁଆ: ଦନ୍ତା ଆକ୍ରମଣ ରେ ସାଥୀ ମୃତ୍ୟୁ ଏକ ଦନ୍ତା ଆକ୍ରମଣରେ ଜଣେ ଗଜ ସାଥୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସଞ୍ଜୟ ମୁଣ୍ଡା (୨୦) । ତାଙ୍କ ଘର ସ୍ଥାନୀୟ ମିରିଗିସିଙ୍ଗା ଗ୍ରାମରେ ବୋଲି ଜଣାପଡ଼ିଛି।ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସେକ୍ସନର କାଳିକା ପ୍ରସାଦ ବିଟ୍‌ ଅଧିନସ୍ଥ ମିରିଗିସିଙ୍ଗା ଜଙ୍ଗଲରେ ହାତୀ ଟ୍ରାକିଂ କାମରେ ଅନ୍ୟ ୫ ଜଣଙ୍କ ସହିତ ଗଜ ସାଥୀ ଯାଇଥିବା ବେଳେ ଦନ୍ତା ହାତୀଟି ହଠାତ୍‌ ଆକ୍ରମଣ କରି ଛାତିରେ ଦଳି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଚମ୍ପୁଆ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।